Color Mode Toggle

ଦ୍ଵାରା ପ୍ରୋତ୍ସାହିତ:
Image 1 Image 2 Image 3 Image 4
ଲୋକପ୍ରିୟ ସନ୍ଧାନ: ଏନସିଏଫଇ ,ଟେଣ୍ଡର,ଏଫ.ଇ.ପି.ଏ.

ଦ୍ଵାରା ପ୍ରୋତ୍ସାହିତ: :

ଆର୍ଥିକ ଶିକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ (F.E.T.P)

ଆର୍ଥିକ ଶିକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ (F.E.T.P) ମାଧ୍ୟମରେ NCFE ବ୍ୟକ୍ତି ବିଶେଷଙ୍କୁ ଏବଂ ସଂଗଠନ ଗୁଡ଼ିକୁ ନ୍ୟାୟସଙ୍ଗତ ବ୍ୟକ୍ତିଗତ ଆର୍ଥିକ ଶିକ୍ଷା ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି, ଯାହା ଦ୍ୱାରା ସମଗ୍ର ଦେଶରେ ଆର୍ଥିକ ସାକ୍ଷରତା ବୃଦ୍ଧି ପାଇବ। ସମଗ୍ର ଭାରତରେ ଷଷ୍ଠରୁ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ପଢ଼ାଉଥିବା ସ୍କୁଲ ଶିକ୍ଷକମାନଙ୍କ ପାଇଁ ‌ଏହି F.E.T.P କାର୍ଯ୍ୟକ୍ରମ ବିଶେଷ ଭାବରେ ପ୍ରସ୍ତୁତ କରାଯାଇଛି। ଏହି କାର୍ଯ୍ୟକ୍ରମ ଦୁଇଟି ମୌଳିକ ସ୍ତମ୍ଭ ଉପରେ ନିର୍ମିତ: ଶିକ୍ଷା ଏବଂ ସଚେତନତା, ଏକ ଦୀର୍ଘସ୍ଥାୟୀ ଆର୍ଥିକ ସାକ୍ଷରତା ଅଭିଯାନ ପ୍ରତିଷ୍ଠା କରିବା ଯାହା ଜନସାଧାରଣଙ୍କ ଜୀବନକୁ ସକାରାତ୍ମକ ଭାବରେ ପ୍ରଭାବିତ କରିପାରିବ।1
ଏହି କାର୍ଯ୍ୟକ୍ରମରେ ଭାଗ ନେଉଥିବା ଶିକ୍ଷକମାନଙ୍କୁ ବ୍ୟାପକ ପ୍ରଶିକ୍ଷଣ ଦିଆଯିବ ଏବଂ ସଫଳ ସମାପନ ପରେ ସେମାନଙ୍କୁ ‘ମନି ସ୍ମାର୍ଟ ଟିଚର’ ଭାବେ ସାର୍ଟିଫିକେଟ୍ ଦିଆଯିବ । ଏହା ପରେ ଏହି ପ୍ରମାଣିତ ଶିକ୍ଷକମାନେ ବିଦ୍ୟାଳୟରେ ଆର୍ଥିକ ଶିକ୍ଷା ଶ୍ରେଣୀରେ ନେତୃତ୍ୱ ନେବା ପାଇଁ ସକ୍ଷମ ହୋଇଥାନ୍ତି । ସେମାନଙ୍କର ବିସ୍ତାରିତ ଭୂମିକା ଅନୁସାରେ ସେମାନେ ଛାତ୍ରଛାତ୍ରୀମାନଙ୍କୁ ଅତ୍ୟାବଶ୍ୟକ ଆର୍ଥିକ ଦକ୍ଷତା ହାସଲ କରିବାକୁ ଉତ୍ସାହିତ କରିଥାନ୍ତି, ଯାହା ଜନସମ୍ପ୍ରଦାୟ ମଧ୍ୟରେ ଆର୍ଥିକ ସାକ୍ଷରତା ଏବଂ ସଶକ୍ତୀକରଣକୁ ପ୍ରୋତ୍ସାହିତ କରିବାର ବ୍ୟାପକ ଲକ୍ଷ୍ୟରେ ଯୋଗଦାନ କରେ। ‌NCFEର ଏହି (F.E.T.P) କାର୍ଯ୍ୟକ୍ରମ ଶିକ୍ଷାବିତ୍ ମାନଙ୍କ ପ୍ରଶିକ୍ଷଣ ମାଧ୍ୟମରେ ଏକ ଆର୍ଥିକ ଶିକ୍ଷିତ ସମାଜ ଗଠନ ପାଇଁ ଏକ ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ, ଏହା ଦ୍ୱାରା ପ୍ରଶିକ୍ଷିତ ଶିକ୍ଷକମାନେ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଆର୍ଥିକ ସଚେତନତା ସୃଷ୍ଟି କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି।

fe_programs@ncfe.org.in

  +91- 022-68265115

ଆମର ନ୍ୟୁଜଲେଟରଗୁଡିକ ସବ୍ସ୍କ୍ରାଇବ୍ କରନ୍ତୁ

ସଦ୍ୟତମ ଖବର ଏବଂ ଅପଡେଟ୍ ପ୍ରାପ୍ତ କରିବାକୁ ଆଜି ସାଇନ୍ ଅପ୍ କରନ୍ତୁ

 ଲୋକପ୍ରିୟ ସନ୍ଧାନ: ଏନଏସଏଫଇ , ଟେଣ୍ଡର, ଫିଡ୍ |
Skip to content