Color Mode Toggle

ଦ୍ଵାରା ପ୍ରୋତ୍ସାହିତ:
Image 1 Image 2 Image 3 Image 4
ଲୋକପ୍ରିୟ ସନ୍ଧାନ: ଏନସିଏଫଇ ,ଟେଣ୍ଡର,ଏଫ.ଇ.ପି.ଏ.

ଦ୍ଵାରା ପ୍ରୋତ୍ସାହିତ: :

ବୟସ୍କଙ୍କ ପାଇଁ ଆର୍ଥିକ ଶିକ୍ଷା କାର୍ଯ୍ୟକ୍ରମ (F.E.P.A)

NCFE ବୟସ୍କଙ୍କ ପାଇଁ ଆର୍ଥିକ ଶିକ୍ଷା କାର୍ଯ୍ୟକ୍ରମ (F.E.P.A) 2019ରେ ଆରମ୍ଭ କରିଥିଲେ । ‌F.E.P.A ହେଉଛି ଏକ ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମ ଯାହା କୃଷକ, ମହିଳା ଗୋଷ୍ଠୀ, ଆଶା କର୍ମୀ, ଅଙ୍ଗନୱାଡି କର୍ମୀ, ସ୍ୱୟଂ ସହାୟକ ଗୋଷ୍ଠୀ, ସଂଗଠନର କର୍ମଚାରୀ, ଦକ୍ଷତା ବିକାଶ ପ୍ରଶିକ୍ଷଣାର୍ଥୀ, ଇତ୍ୟାଦି ମାନଙ୍କ ମଧ୍ୟରେ ଆର୍ଥିକ ସଚେତନତା ସୃଷ୍ଟି କରିବା ପାଇଁ ପ୍ରସ୍ତୁତ ଏବଂ କାର୍ଯ୍ୟକାରୀ କରାଯାଇଛି। ଏହି କାର୍ଯ୍ୟକ୍ରମ ଆର୍ଥିକ ଶିକ୍ଷା ପାଇଁ ଜାତୀୟ ରଣନୀତିର ଲକ୍ଷ୍ୟ ଅନୁଯାୟୀ ପରିଚାଳିତ ହୋଇଥାଏ ଏବଂ ଏଥିପାଇଁ ସ୍ୱତନ୍ତ୍ର ସକେନ୍ଦ୍ରିତ ଜିଲ୍ଲା (SFD) ଉପରେ ଧ୍ୟାନ ଦିଆଯାଇଛି । NCFE ଦ୍ୱାରା ପ୍ରତିବର୍ଷ 5,000ରୁ ଅଧିକ F.E.P.A କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି କାର୍ଯ୍ୟକ୍ରମ “ଆର୍ଥିକ ସଚେତନ ଏବଂ ସଶକ୍ତ ଭାରତ”ର ଲକ୍ଷ୍ୟରେ ଯଥେଷ୍ଟ ଯୋଗଦାନ କରିବ ବୋଲି ଆମର ଆଶା ଅଛି ।
fe_programs@ncfe.org.in  +91- 022-68265115

F.E.P.A ର ପ୍ରମୁଖ ବୈଶିଷ୍ଟ୍ୟ

  • ଉଦ୍ଦେଶ୍ୟ
    ଆର୍ଥିକ ସଚେତନତା ସୃଷ୍ଟି କରିବା ଯାହା ଆର୍ଥିକ ସେବା ଏବଂ ଉତ୍ପାଦଗୁଡ଼ିକୁ ଅଧିକ ପ୍ରଭାବଶାଳୀ ଭାବରେ ବ୍ୟବହାର କରିବା ପାଇଁ ସମାଜର ଆର୍ଥିକ ଦୃଷ୍ଟିରୁ ବଞ୍ଚିତ ବର୍ଗଙ୍କ ମଧ୍ୟରେ ଆତ୍ମବିଶ୍ୱାସ ସୃଷ୍ଟି କରିବ । ଏହା ଦ୍ୱାରା ଅଧିକ ରୁ ଅଧିକ ଲୋକଙ୍କୁ ଆନୁଷ୍ଠାନିକ ଆର୍ଥିକ କ୍ଷେତ୍ରକୁ ଅଣାଯିବ।
  • ଲକ୍ଷ୍ୟ ଗୋଷ୍ଠୀ
    ବୟସ୍କ ଜନସଂଖ୍ୟା ଯଥା ବିଭିନ୍ନ ସଂଗଠନର କର୍ମଚାରୀ, SHG ସଦସ୍ୟ, କୃଷକ ଓ ଗ୍ରାମୀଣ ଲୋକ, ମହିଳା ଗୋଷ୍ଠୀ, ପରିବାର ଲୋକ, MGNREGA କାର୍ଡଧାରୀ, ସେନା ବାହିନୀର କର୍ମଚାରୀ କିମ୍ବା ସମାଜର ଅନ୍ୟ ଯେକୌଣସି ବର୍ଗର ଆର୍ଥିକ ଦୃଷ୍ଟିରୁ ବଞ୍ଚିତ ବର୍ଗର ଲୋକମାନେ ।
  • ନିଃଶୁଳ୍କ
    ଏହି କର୍ମଶାଳା ମାଗଣାରେ ଆୟୋଜନ କରାଯିବ ଏବଂ ଅଂଶଗ୍ରହଣକାରୀଙ୍କଠାରୁ କୌଣସି ଅର୍ଥ ଆଦାୟ କରାଯିବ ନାହିଁ। ‌NCFE ମାଗଣାରେ ଶିକ୍ଷା ସାମଗ୍ରୀ ଯୋଗାଇଦେବ ।
  • ପ୍ରଶିକ୍ଷକ
    ସମଗ୍ର ଭାରତରେ F.E.P.A କର୍ମଶାଳା ଆୟୋଜନ କରିବା ପାଇଁ ‌NCFEର ଆର୍ଥିକ ଶିକ୍ଷା ପ୍ରଶିକ୍ଷକଙ୍କ ଏକ ନେଟୱାର୍କ ଅଛି।
  • ବିଷୟବସ୍ତୁ
    ବିଶେଷ କରି ସମାଜର ବୟସ୍କ ଜନସଂଖ୍ୟାକୁ ଲକ୍ଷ୍ୟରେ ରଖି F.E.P.A ପାଇଁ NCFE ଏକ ଆର୍ଥିକ ଶିକ୍ଷା ସାମଗ୍ରୀ ବିକଶିତ କରିଛି । ପ୍ରସଙ୍ଗଗୁଡ଼ିକ ନିମ୍ନଲିଖିତ ଅଟେ: ଆୟ, ବ୍ୟୟ ଏବଂ ବଜେଟ୍, ସଞ୍ଚୟ, ବ୍ୟାଙ୍କିଙ୍ଗ୍, କ୍ରେଡିଟ୍ ଏବଂ ଋଣ ପରିଚାଳନା, ଡିଜିଟାଲ୍ କାରବାର, ବୀମା, ନିବେଶ, ଅବସର ଏବଂ ପେନସନ୍, ସରକାରଙ୍କ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଯୋଜନା, ପଞ୍ଜି ସ୍କିମ୍ ବିରୋଧରେ କିପରି ସତର୍କ ରହିବା ଏବଂ ଅଣପଞ୍ଜୀକୃତ ନିବେଶ ପରାମର୍ଶଦାତା ସମ୍ବନ୍ଧୀୟ ଠକେଇରୁ ସୁରକ୍ଷା ଏବଂ ଅଭିଯୋଗ ସମାଧାନ ।

ଆମର ନ୍ୟୁଜଲେଟରଗୁଡିକ ସବ୍ସ୍କ୍ରାଇବ୍ କରନ୍ତୁ

ସଦ୍ୟତମ ଖବର ଏବଂ ଅପଡେଟ୍ ପ୍ରାପ୍ତ କରିବାକୁ ଆଜି ସାଇନ୍ ଅପ୍ କରନ୍ତୁ

 ଲୋକପ୍ରିୟ ସନ୍ଧାନ: ଏନଏସଏଫଇ , ଟେଣ୍ଡର, ଫିଡ୍ |
Skip to content