Color Mode Toggle

ଦ୍ଵାରା ପ୍ରୋତ୍ସାହିତ:
Image 1 Image 2 Image 3 Image 4
ଲୋକପ୍ରିୟ ସନ୍ଧାନ: ଏନସିଏଫଇ ,ଟେଣ୍ଡର,ଏଫ.ଇ.ପି.ଏ.

ଦ୍ଵାରା ପ୍ରୋତ୍ସାହିତ: :

ଆର୍ଥିକ ସଚେତନତା ଏବଂ ଉପଭୋକ୍ତା ପ୍ରଶିକ୍ଷଣ (F.A.C.T)

ବିଶ୍ୱବ୍ୟାପୀ ଯୁବପିଢ଼ି ପୂର୍ବ ଅପେକ୍ଷା ଶୀଘ୍ର ସେମାନଙ୍କ ଜୀବନର ପ୍ରାରମ୍ଭରେ ଆର୍ଥିକ ଉପଭୋକ୍ତା ହେଉଛନ୍ତି ଏବଂ ଆର୍ଥିକ ନିଷ୍ପତ୍ତି (ଉଦାହରଣ ସ୍ଵରୁପ – କ୍ରେଡିଟ୍ କାର୍ଡ, ଶିକ୍ଷା ଋଣ, ଆଦି ) ନେଉଛନ୍ତି, ଯାହାକୁ ଭଲ ଭାବରେ ପରିଚାଳନା ନକରିଲେ ତାହାର ପରିଣାମର କୁପ୍ରଭାବ ଦୀର୍ଘକାଳୀନ ହୋଇପାରେ ।

ସେମାନେ ଯେତେବେଳେ ପାଠପଢ଼ା ସାରି କାର୍ଯ୍ୟକ୍ଷେତ୍ରରେ ପ୍ରବେଶ କରନ୍ତି ଏବଂ ଅଧିକ ଆର୍ଥିକ ଦାୟିତ୍ୱ ଗ୍ରହଣ କରିବା ପାଇଁ ପ୍ରସ୍ତୁତ ହୁଅନ୍ତି, ସେତେବେଳେ ଯୁବକମାନେ ଆର୍ଥିକ ଲକ୍ଷ୍ୟ ସ୍ଥିର କରିବା, ସମ୍ଭାବ୍ୟ ଆପଦପୂର୍ଣ୍ଣ ଅସୁବିଧାକୁ ଏଡ଼ାଇବା ଏବଂ ଆବଶ୍ୟକ ହେଲାବେଳେ ସହାୟତା ପାଇଁ କାହା ପାଖକୁ ଯିବେ, ଇତ୍ୟାଦି ଜାଣିବା ଜରୁରୀ ଅଟେ । ଏହା ବ୍ୟତୀତ, ଆର୍ଥିକ ଉପଭୋକ୍ତା ଭାବରେ ସେମାନଙ୍କ ଅଧିକାର ଏବଂ ଦାୟିତ୍ୱକୁ ବୁଝିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ଏହି ଆବଶ୍ୟକତାକୁ ପୂରଣ କରିବା ପାଇଁ NCFE ଆର୍ଥିକ ସଚେତନତା ଏବଂ ଉପଭୋକ୍ତା ପ୍ରଶିକ୍ଷଣ (F.A.C.T) ପ୍ରଚଳନ କରିଛି, ଯାହା ଯୁବ ସ୍ନାତକ ଏବଂ ସ୍ନାତକୋତ୍ତରମାନଙ୍କୁ ଆର୍ଥିକ ଶିକ୍ଷା ପ୍ରଦାନ କରିବା ପାଇଁ ସ୍ୱତନ୍ତ୍ର ଭାବରେ ପରିକଳ୍ପିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଜନସମୁହର ନିର୍ଦ୍ଦିଷ୍ଟ ବର୍ଗଙ୍କ ସହ ଜଡ଼ିତ ପ୍ରସଙ୍ଗକୁ ସାମିଲ କରାଯାଇଛି, ଯାହା ସେମାନଙ୍କ ଆର୍ଥିକ କଲ୍ୟାଣ ଉପରେ ସକାରାତ୍ମକ ପ୍ରଭାବ ପକାଇବ । ସୂଚନା ଆଧାରିତ ଆର୍ଥିକ ନିଷ୍ପତ୍ତି ନେବା ପାଇଁ ଆବଶ୍ୟକ ଜ୍ଞାନ ଏବଂ ଦକ୍ଷତାରେ ଯୁବକମାନଙ୍କୁ ସଜ୍ଜିତ କରିବା ଦ୍ୱାରା, F.A.C.T ଏକ ଆର୍ଥିକ ଭାବେ ସଚେତନ ଏବଂ ଦାୟିତ୍ୱବାନ ପିଢ଼ି ନିର୍ମାଣ କରିବାରେ ଯୋଗଦାନ କରିଥାଏ।

ଆମର ନ୍ୟୁଜଲେଟରଗୁଡିକ ସବ୍ସ୍କ୍ରାଇବ୍ କରନ୍ତୁ

ସଦ୍ୟତମ ଖବର ଏବଂ ଅପଡେଟ୍ ପ୍ରାପ୍ତ କରିବାକୁ ଆଜି ସାଇନ୍ ଅପ୍ କରନ୍ତୁ

 ଲୋକପ୍ରିୟ ସନ୍ଧାନ: ଏନଏସଏଫଇ , ଟେଣ୍ଡର, ଫିଡ୍ |
Skip to content