Color Mode Toggle

ଦ୍ଵାରା ପ୍ରୋତ୍ସାହିତ:
Image 1 Image 2 Image 3 Image 4
ଲୋକପ୍ରିୟ ସନ୍ଧାନ: ଏନସିଏଫଇ ,ଟେଣ୍ଡର,ଏଫ.ଇ.ପି.ଏ.

ଦ୍ଵାରା ପ୍ରୋତ୍ସାହିତ: :

ମନି ସ୍ମାର୍ଟ ସ୍କୁଲ ପ୍ରୋଗ୍ରାମ (M.S.S.P)

ଆର୍ଥିକ ସାକ୍ଷରତାରେ ବିକାଶ ପାଇଁ ବିଦ୍ୟାଳୟଗୁଡ଼ିକରେ ନ୍ୟାୟସଙ୍ଗତ ଓ ନିଷ୍ପକ୍ଷ ଆର୍ଥିକ ଶିକ୍ଷା ପ୍ରଦାନ କରିବା ପାଇଁ NCFEର ଏହା ଏକ ପଦକ୍ଷେପ ଯାହା ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଜୀବନ କୌଶଳ ଅଟେ। ଏହି ‘ମନି ସ୍ମାର୍ଟ ସ୍କୁଲ କାର୍ଯ୍ୟକ୍ରମ’ (M.S.S.P) ଦୁଇଟି ସ୍ତମ୍ଭ – ଶିକ୍ଷା ଏବଂ ସଚେତନତା – ଉପରେ ଆଧାରିତ ଏବଂ ଏହାର ଲକ୍ଷ ଏକ ସ୍ଥାୟୀ ଆର୍ଥିକ ସାକ୍ଷରତା ଅଭିଯାନ ପ୍ରତିଷ୍ଠା କରିବା ଯାହା ସମଗ୍ର ପିଢ଼ିକୁ ସଶକ୍ତ କରିବ।

ମନି ସ୍ମାର୍ଟ ସ୍କୁଲର ପ୍ରମୁଖ ବୈଶିଷ୍ଟ୍ୟ
  • ଷଷ୍ଠରୁ ଦଶମ ଶ୍ରେଣୀ ର ଛାତ୍ରଛାତ୍ରୀଙ୍କ ପାଇଁ ସେମାନଙ୍କର ପ୍ରଚଳିତ ପାଠ୍ୟକ୍ରମର ଏକ ଅଂଶ ଭାବରେ ସ୍ୱେଚ୍ଛାକୃତ ଭାବରେ ଆର୍ଥିକ ସାକ୍ଷରତା ପ୍ରଚଳନ କରିବାକୁ NCFE ବିଦ୍ୟାଳୟଗୁଡ଼ିକୁ ଆମନ୍ତ୍ରଣ କରେ ।
  • NCFE ଏବଂ CBSE ମିଳିତ ଭାବରେ ଷଷ୍ଠରୁ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଅଧ୍ୟୟନ ସାମଗ୍ରୀ ବିକଶିତ କରିଛନ୍ତି, ଯାହା ପାଞ୍ଚଟି ଆର୍ଥିକ ଶିକ୍ଷା କାର୍ଯ୍ୟପୁସ୍ତକର ଏକ ସେଟ୍ ।
  • ଏହି ଆର୍ଥିକ ସାକ୍ଷରତା ପାଠ୍ୟକ୍ରମକୁ ଏପରି ଭାବରେ ବିକଶିତ କରାଯାଇଛି ଯେ ଏହା ବିଭିନ୍ନ ଶ୍ରେଣୀ ପାଇଁ ପ୍ରଚଳିତ ବିଷୟ ସହିତ ସମନ୍ୱିତ ହୋଇପାରିବ ।
  • ବିଦ୍ୟାଳୟଗୁଡ଼ିକ ସେମାନଙ୍କ ଶିକ୍ଷକମାନଙ୍କୁ ତାଲିମ ଉଦ୍ଦେଶ୍ୟରେ NCFE ର ଆର୍ଥିକ ଶିକ୍ଷା ତାଲିମ କାର୍ଯ୍ୟକ୍ରମ (F.E.T.P) କୁ ପଠାଇ ପାରିବେ। ବିକଳ୍ପ ଭାବରେ, NCFE ଆଗ୍ରହୀ ବିଦ୍ୟାଳୟଗୁଡ଼ିକ ପାଇଁ ସେମାନଙ୍କ ନିଜ ପରିସରରେ ପୃଥକ ଭାବରେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ର ବ୍ୟବସ୍ଥା କରିପାରିବ ।
  • ଏହି NCFE ପ୍ରମାଣିତ ମନି ସ୍ମାର୍ଟ ଶିକ୍ଷକମାନେ ନିଜ ନିଜ ବିଦ୍ୟାଳୟର ଛାତ୍ରମାନଙ୍କ ପାଇଁ ଆର୍ଥିକ ଶିକ୍ଷା ଅଧିବେଶନ ପରିଚାଳନାରେ ସହାୟତା କରିବେ । ଶିକ୍ଷକମାନେ ପିଲାଙ୍କ ଜ୍ଞାନର ମୂଲ୍ୟାୟନ ପାଇଁ ବିଦ୍ୟାଳୟଗୁଡ଼ିକ NCFEର ଜାତୀୟ ଆର୍ଥିକ ସାକ୍ଷରତା ମୂଲ୍ୟାୟନ ପରୀକ୍ଷାରେ ଭାଗ ନେବାପାଇଁ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିପାରିବେ ।
  • ବିଦ୍ୟାଳୟଗୁଡ଼ିକ ମଧ୍ୟ ସେମାନଙ୍କର ନିଜସ୍ୱ ମୂଲ୍ୟାଙ୍କନ କରିବାକୁ ନିଷ୍ପତ୍ତି ନେଇପାରନ୍ତି ଯେଉଁଥିରେ NCFE ସେମାନଙ୍କୁ ସମସ୍ତ ଆବଶ୍ୟକୀୟ ସହାୟତା ପ୍ରଦାନ କରିବ ।
ବିଦ୍ୟାଳୟ ପାଇଁ ଲାଭ

ମନି ସ୍ମାର୍ଟ ସ୍କୁଲ କାର୍ଯ୍ୟକ୍ରମ (M.S.S.P) କାର୍ଯ୍ୟକାରୀ କରୁଥିବା ବିଦ୍ୟାଳୟଗୁଡ଼ିକ ପାଇଁ ସବୁଠାରୁ ବଡ଼ ଲାଭ ହେଉଛି ଯେ ଆର୍ଥିକ ଭାବେ ସାକ୍ଷର ହେବା ପରେ ସେମାନଙ୍କ ଛାତ୍ରଛାତ୍ରୀମାନେ ଆଜିର ଜଟିଳ ଆର୍ଥିକ ଉତ୍ପାଦ ଏବଂ ସେବାଗୁଡ଼ିକୁ ଉତ୍ତମ ଭାବେ ବୁଝିପାରିବେ ଏବଂ ନିଜ ଅର୍ଥ ପରିଚାଳନା କରିବା ସମୟରେ ସେମାନେ ବିଚକ୍ଷଣ ଆଚରଣ ଏବଂ ମନୋଭାବ ପ୍ରଦର୍ଶନ କରିବେ । ଏହା ବ୍ୟତୀତ ଅନ୍ୟାନ୍ୟ ଲାଭ ହେଉଛି :

  • ଏହି କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରୁଥିବା ବିଦ୍ୟାଳୟଗୁଡ଼ିକୁ ମନି ସ୍ମାର୍ଟ ସ୍କୁଲ ଭାବରେ ପ୍ରମାଣ ପତ୍ର ଦିଆଯିବ ।
  • NCFE ଦ୍ୱାରା ଏକ ପ୍ରମାଣ ପତ୍ର ଏବଂ ବ୍ୟାଜ୍ ଦିଆଯିବ ଯାହା ବିଦ୍ୟାଳୟଗୁଡ଼ିକ ସେମାନଙ୍କର ୱେବସାଇଟ୍ ଏବଂ ସୋସିଆଲ୍ ନେଟୱାର୍କରେ ରଖିପାରିବେ।
  • ସମୟ ସମୟରେ ଏହାର ଶିକ୍ଷକମାନଙ୍କ ପାଇଁ NCFE ନିଃଶୁଳ୍କ ତାଲିମ ଏବଂ ବିକାଶ କାର୍ଯ୍ୟକ୍ରମ ଆୟୋଜନ କରିବ ।
  • ଜାତୀୟ ଆର୍ଥିକ ସାକ୍ଷରତା ମୂଲ୍ୟାୟନ ପରୀକ୍ଷାରେ ଛାତ୍ରଛାତ୍ରୀମାନେ ଭଲ ପ୍ରଦର୍ଶନ କରିପାରିବେ ।
  • NCFE ବିଦ୍ୟାଳୟ / ଛାତ୍ରମାନଙ୍କୁ ଆର୍ଥିକ କ୍ଷେତ୍ର ନିୟାମକ ମାନଙ୍କ କାର୍ଯ୍ୟାଳୟ ପରିଦର୍ଶନ କରିବାକୁ ସୁବିଧା କରିବ ଯେଉଁଠାରେ ସେମାନେ ଆମ ଦେଶରେ ନିୟାମକ ପ୍ରଣାଳୀ କିପରି କାର୍ଯ୍ୟ କରେ ସେ ସମ୍ବନ୍ଧରେ ସମ୍ୟକ ଧାରଣା ପାଇପାରିବେ । NCFE ର ଭବିଷ୍ୟତ ପ୍ରୟାସରେ ବିଦ୍ୟାଳୟଗୁଡିକ ପ୍ରାଥମିକତା ପାଇବେ ଏବଂ ମନି ସ୍ମାର୍ଟ ସ୍କୁଲ୍ ସମ୍ବନ୍ଧରେ NCFE ର ସୋସିଆଲ୍ ମିଡିଆ ଅଭିଯାନର ଏକ ଅଂଶ ହେବ ।

NCFE ପୂର୍ବରୁ ଦୁଇଟି କାର୍ଯ୍ୟକ୍ରମ, ଯଥା :- ବିଦ୍ୟାଳୟର ଛାତ୍ରମାନଙ୍କ ପାଇଁ ଜାତୀୟ ଆର୍ଥିକ ସାକ୍ଷରତା ମୂଲ୍ୟାଙ୍କନ ପରୀକ୍ଷା (N.F.L.A.T) ଏବଂ ବିଦ୍ୟାଳୟ ଶିକ୍ଷକମାନଙ୍କ ପାଇଁ ଆର୍ଥିକ ଶିକ୍ଷା ତାଲିମ କାର୍ଯ୍ୟକ୍ରମ (F.E.T.P), ପରିଚାଳନା କରିଆସୁଛି । ଏହା ସହିତ ‘ମନି ସ୍ମାର୍ଟ ସ୍କୁଲ କାର୍ଯ୍ୟକ୍ରମ’ (M.S.S.P), ଯାହା ବିଦ୍ୟାଳୟଗୁଡ଼ିକରେ ଆର୍ଥିକ ସାକ୍ଷରତା ପାଠ୍ୟକ୍ରମ ପ୍ରଚଳନ କରିବା ପାଇଁ ପ୍ରସ୍ତୁତ କରାଯାଇଛି, ଦେଶର ଆର୍ଥିକ ଶିକ୍ଷା ବିକାଶ ଏବଂ ଲୋକପ୍ରିୟ କରିବା ଦିଗରେ NCFEର ଏକ ସ୍ୱାଭାବିକ ପଦକ୍ଷେପ ଯାହା ଆର୍ଥିକ ସାକ୍ଷରତାର ବୃତ୍ତକୁ ସମ୍ପୂର୍ଣ୍ଣ କରେ।

  fe_programs@ncfe.org.in

 +91- 022-68265115

ଆମର ନ୍ୟୁଜଲେଟରଗୁଡିକ ସବ୍ସ୍କ୍ରାଇବ୍ କରନ୍ତୁ

ସଦ୍ୟତମ ଖବର ଏବଂ ଅପଡେଟ୍ ପ୍ରାପ୍ତ କରିବାକୁ ଆଜି ସାଇନ୍ ଅପ୍ କରନ୍ତୁ

 ଲୋକପ୍ରିୟ ସନ୍ଧାନ: ଏନଏସଏଫଇ , ଟେଣ୍ଡର, ଫିଡ୍ |
Skip to content