ଆର୍ଥିକ କ୍ଷେତ୍ର ନିୟାମକ / ଅନ୍ୟ ଅଂଶୀଦାରଙ୍କ ଦ୍ଵାରା ନିଆଯାଇଥିବା ଆର୍ଥିକ ସାକ୍ଷରତା ପଦକ୍ଷେପ
ଦେଶରେ ଆର୍ଥିକ ଅନ୍ତର୍ଭୁକ୍ତୀକରଣକୁ ସୁଦୃଢ଼ କରିବା ଉଭୟ ଭାରତ ସରକାର ଏବଂ ଚାରି ଗୋଟି ଆର୍ଥିକ କ୍ଷେତ୍ର ନିୟାମକ (ଯଥା ଆରବିଆଇ, ସେବି, ଆଇଆରଡିଏ ଏବଂ ପିଏଫ୍ଆର୍ ଡ଼ିଏ)ର ଏକ ଗୁରୁତ୍ୱପୂର୍ଣ୍ଣ ବିକାଶମୂଳକ କାର୍ଯ୍ୟକ୍ରମ ଅଟେ । ଆର୍ଥିକ ସାକ୍ଷରତା ଗ୍ରାହକମାନଙ୍କୁ ସେମାନଙ୍କର ଆର୍ଥିକ କଲ୍ୟାଣ ପାଇଁ ସୂଚିତ ବିକଳ୍ପ ବାଛିବାକୁ ସଶକ୍ତ କରି ଆର୍ଥିକ ଅନ୍ତର୍ଭୁକ୍ତୀକରଣର ଲକ୍ଷ୍ୟକୁ ସମର୍ଥନ କରେ ।
ପ୍ରଥମ ପଞ୍ଚ ବର୍ଷୀୟ ଆର୍ଥିକ ଶିକ୍ଷା ପାଇଁ ଜାତୀୟ ରଣନୀତି (1st NSFE: 2013-2018)ର ଅବଧି ଶେଷ ହେବା ପରେ, ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଏବଂ ଆର୍ଥିକ ସାକ୍ଷରତା ବିଷୟରେ ହୋଇଥିବା ଅଗ୍ରଗତିର ସମୀକ୍ଷା କରିବା ପାଇଁ ଆରବିଆଇ ର ଡେପୁଟି ଗଭର୍ଣ୍ଣରଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ବୈଷୟିକ ଗୋଷ୍ଠୀ (Technical Group on Financial Inclusion and Financial Literacy – (TGFIFL)) ଏବଂ ମାନ୍ୟବର କେନ୍ଦ୍ର ଅର୍ଥମନ୍ତ୍ରୀ ଙ୍କ ଅଧ୍ୟକ୍ଷତାରେ ଆର୍ଥିକ ସ୍ଥିରତା ଏବଂ ବିକାଶ ପରିଷଦ (Financial Stability and Development Council – FSDC) ଅଗ୍ରଗତିର ସମୀକ୍ଷା କରିଥିଲେ । ରଣନୀତି ଅନୁସାରେ ହୋଇଥିବା ଉପରୋକ୍ତ ଅଗ୍ରଗତିର ସମୀକ୍ଷା ପରିପ୍ରେକ୍ଷୀରେ ଓ ସମୀକ୍ଷା ଅବଧିର 5 ବର୍ଷ ମଧ୍ୟରେ ଘଟିଥିବା ବିଭିନ୍ନ ବିକାଶକୁ ଦୃଷ୍ଟିରେ ରଖି [1], ବିଶେଷକରି ପ୍ରଧାନମନ୍ତ୍ରୀ ଜନଧନ ଯୋଜନା (ପିଏମଜେଡିୱାଇ), ଜାତୀୟ ଆର୍ଥିକ ଶିକ୍ଷା ଅନୁଷ୍ଠାନ (ଏନ.ସି.ଏଫ୍.ଇଇ) ଚାରିଗୋଟି ଆର୍ଥିକ କ୍ଷେତ୍ର ନିୟାମକ ଏବଂ ଅନ୍ୟାନ୍ୟ ପ୍ରାସଙ୍ଗିକ ଅଂଶୀଦାରଙ୍କ ସହ ଆଲୋଚନା କରି ସଂଶୋଧିତ ପଞ୍ଚ ବର୍ଷୀୟ ଆର୍ଥିକ ଶିକ୍ଷା ପାଇଁ ଜାତୀୟ ରଣନୀତି ଅର୍ଥାତ NSFE – 2020-2025 ପ୍ରସ୍ତୁତ କରିଛି ।
କୌଣସି ଅନୁଷ୍ତାନର ଆର୍ଥିକ ଶିକ୍ଷା ପଦକ୍ଷେପ ବିଷୟରେ ଅଧିକ ଜାଣିବା ପାଇଁ ଦୟାକରି ସମ୍ପୃକ୍ତ ଅନୁଷ୍ଠାନ ଚୟନ କରନ୍ତୁ।